ଆଜି ନଭେମ୍ୱର 10 ତାରିଖ ପୂର୍ବାହ୍ନ 10:20 ସମୟରେ ଘଟିଛି ଏହି ଘଟଣା। ବାଇକ ଚାଳନା କରି ଜଣେ 68 ବର୍ଷ ବୟସ୍କ ବ୍ୟକ୍ତି କିଞ୍ଜିର କେଲା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଶିକାର ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇ ଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ - ଚିତ୍ରମଣି କଲୋ। ଅନ୍ୟ ମନସ୍କ ହୋଇ ଗାଡ଼ି ଚାଳନା କରିବା ଯୋଗୁଁ ତାଙ୍କର ପ୍ରାଣ ହାନୀ ହୋଇଛି। ରାସ୍ତାରେ ଜଣେ ବ୍ୟକ୍ତି ଲମ୍ୱା ବାଉଁଶ ଧରି ଯାଉଥିବା ବେଳେ ବାଇକ ଆରୋହୀ ଜଣଙ୍କ ଅନ୍ୟ ମନସ୍କ ଯୋଗୁଁ ପିଟି ହୋଇ ତଳେ ପଡ଼ି ଯାଇଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଓ କେତେକ ପଥଚାରୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା