ସୁନ୍ଦରଗଡ ସହର: ଟାଉନ ପୋଲିସ ଦ୍ବାରା ବ୍ୟାଙ୍କ ଛକ, ଶଙ୍କରା , ରାଣୀ ବଗିଚା ଓ ଲୁହୁରା ଢିପା ଅଞ୍ଚଳରୁ 30ଟି ନମ୍ୱର ଟ୍ୟାମ୍ପରିଂ ଗାଡ଼ି ଜବତ
ଆଜି ଫେବୃୟାରୀ 1 ତାରିଖ ରବିବାର ସନ୍ଧ୍ୟା 7 ଟାରୁ ରାତି 10:30 ମଧ୍ୟରେ 30ଟି ନମ୍ୱର ଟ୍ୟାମ୍ପରିଂ ଗାଡ଼ି ଜବତ କରିଛି ଟାଉନ ପୋଲିସ। ଟାଉନ ପୋଲିସ ର ଏହି ଜିରୋ ଟଲେରାନ୍ସ ଅମାନିଆ ବା ଅଭିଯୁକ୍ତଙ୍କ ନିଦ ହଜାଇ ଦେଇଛି। 30 ଟି ଯାକ ଗାଡିକୁ ଥାନା ପରିସରକୁ ନେଇଛି ଟାଉନ ପୋଲିସ। ତେବେ ଏହି ଟ୍ୟାମ୍ପର ର ଙ୍କ ମଧ୍ୟରେ କେତେଜଣ ସରକାରୀ ବାବୁ ଥିବା ଜଣା ପଡିଛି। ତେବେ ସମସ୍ତ ଜବତ ଗାଡ଼ି ଉପରେ ଆସନ୍ତା କାଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ବାରା ଜୋରିମାନା ଲଗାଯିବ ବୋଲି ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା କହିଛନ୍ତି।