ଢେଙ୍କାନାଳ ସଦର: ଗଁଦିଆବ୍ଳକ ଦଧିସିଙ୍ଗା ଗ୍ରାମ ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିରରେ ଆଶ୍ଵିନଯାତ୍ରା ଆରମ୍ଭ,ଏକ ହଜାରରୁ ଉର୍ଦ୍ଧ୍ବ ମହିଳା କଳସ ଯାତ୍ରାରେ ସାମିଲ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଦଧିସିଙ୍ଗା ଗ୍ରାମ ପ୍ରସିଦ୍ଧ ମା ମଙ୍ଗଳା ମନ୍ଦିରରେ ଆଶ୍ଵିନ କଳସ ଯାତ୍ରା ଆଜି ତା ୯।୯ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଆରମ୍ଭ ହୋଇଛି। ଆଜି କଳସ ଯାତ୍ରାରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇ ଜଳକଳସ ଆଣିଥିଲେ। ସୂଚନା ଅନୁସାରେ ୧୮୧୦ ମସିହାରେ ଦଧିସିଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସେବେ ଠାରୁ ମା ଙ୍କର ଆଶ୍ୱିନ ବ୍ରତ ଯାତ୍ରା ଆରମ୍ଭ ହୋଇଥିବା ଜଣାଯାଇଛି।