ଭୁବନ: ଏକତାଳି ଠାରେ ମନ୍ତ୍ରୀଙ୍କୁ ଅଭିଯୋଗ କରିବାରୁ ଫଳ ହେଲା ଓଲଟା ସରପଞ୍ଚ ପାଣି ବନ୍ଦ କଲେ ଗ୍ରାମବାସୀ
ପମ୍ଫହାଉସରେ ତାଲା ଦେଲେ
ମନ୍ତ୍ରୀଙ୍କୁ ଅଭିଯୋଗ କଲ ସିଏ ପାଣି ଦେବେ ପମ୍ଫହାଉସରେ ତାଲା ଦେଲେ ମହିଳା ଭୁବନ ତା ୧୩.୩ ୮ଦିନ ହେଲା ପାଣି ନପାଇ ପମ୍ପହାଉସରେ ତାଲା ପକାଇଲେ ଗ୍ରାମୀଣ ର ମହିଳା। ଘଟଣାରୁ ପ୍ରକାଶ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପ୍ରଭାବିତ କରିବା ଆରମ୍ଭ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳୀ ପଞ୍ଚାୟତ ୯ନମ୍ବର ଓ୍ବାର୍ଡ ରାଉତସାହିରେ ଦେଖିବାକୁ ମିଳିଛି ଜଳକଷ୍ଟ। ବସୁଧା ଯୋଜନାରେ ଏହି ଓ୍ବାର୍ଡକୁ ପ୍ରତି ତିନିଦିନରେ ଥରେ ପାଣି ଯୋଗାଇ ଦିଆଯାଉଥି୍ଲା। ହେଲେ ମହିଳା ମାନେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କଙ୍କୁ ଏ ସଂପର୍କରେ ଗତ ୧୦ତାରିଖରେ ଅଭିଯୋଗ କରିଥିଲେ ।