ଧର୍ମଗଡ଼ ବ୍ଲକ ବୋଡେ଼ନ ଓ ତରାପୁର ରେ ସାମ୍ବିଧାନିକ ହକ ଅଧିକାର ପାଇଁ ବ୍ଲକ ସଭାପତି ପ୍ରମୋଦ ହଂସ ଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓବିସି ମାନଙ୍କ ସାମ୍ବିଧାନିକ ହକ,ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ ।