ଆସିକା: ଜୟପୁର ଗ୍ରାମ ପଞ୍ଚାୟତ ରେ ଅନାସ୍ଥା ଭୋଟ, ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା
Asika, Ganjam | Oct 31, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଜୟପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ବେହେରାଙ୍କ ବିରୋଧ ରେ ଆସିଥିବା ଅନସ୍ତା ପ୍ରସ୍ଥାବ କୁ ନେଇ ଆଜି ଅନୁଷ୍ଠିତ ହେଲା ଭୋଟ l ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ଭୋଟ ଗ୍ରହଣ ହୋଇଥିବା ବେଳେ କୋରମ୍ ଅଭାବ ରୁ ଅନାସ୍ଥା କାଟ ଖାଇଛି l ପଞ୍ଚାୟତର ୧୯ ଜଣ ୱାର୍ଡ ମେମ୍ବର ମଧ୍ୟରୁ ୧୩ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ଦୁର୍ନୀତି କୁ ବିରୋଧ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଙ୍କ ନିକଟରେ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l