ବୌଦ୍ଧ ସଦର: ହରେକୃଷ୍ଣପୁର ନିକଟରେ କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ରବିବାର ରାତିରେ ବୌଦ୍ଧ ଥାନା ହରେକୃଷ୍ଣପୁର ନିକଟରେ କାର ଧକ୍କାରେ ବାଇକ ଆରୋହୀ ଗୁରୁତର ହେବା ଘଟଣାକୁ ନେଇ ଜାତୀୟ ରାଜପଥ ନଂ 57 ର ହରେକୃଷ୍ଣପୁର ଠାରେ ଉତ୍ୟକ୍ତ ଲୋକେ ରାସ୍ତାରୋକ୍ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ ଏକ କାର ବୌଦ୍ଧ ପଟୁ ଚାରିଛକ ଆଡକୁ ଯାଉଥିବା ବେଳେ ହରେକୃଷ୍ଣପୁର ଗ୍ରାମ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ଗୁଋତରଙ୍କ ଚିକିତ୍ସl ସହାୟତା ଦାବିରେ ରାସ୍ତାରୋକ୍ କରିଥିଲେ | ବୌଦ୍ଧ ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇ ଥିଲା ଓ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା |