ନବରଙ୍ଗପୁର ପୋଲିସ ଷ୍ଟେସନ: ଡିଡ଼ବ୍ଲ୍ୟୁଓ ଦେଇଛନ୍ତି ହତ୍ୟା ଧମକ, ଟାଉନଥାନାରେ ଏନେଇ ଏତଲା ଦେଇଛନ୍ତି ଯୁବ ବିଜେଡି ନେତା ନେତ୍ରାନନ୍ଦ କଲାର
ବିଜେଡି ଯୁବନେତା ନେତ୍ରାନନ୍ଦ କଲାରଙ୍କୁ ନବରଙ୍ଗପୁର ଡିଡବ୍ଲ୍ୟୁ ଓ ପାଲକା ରବିନ୍ଦ୍ରଙ୍କ ହତ୍ୟା ଧମକ୍ ଦେଇଥୁବା ନେଇ ନବରଙ୍ଗପୁର ଥାନାରେ ନେତ୍ରା ଏତଲା ଦେଇଛନ୍ତି । ନେତ୍ରାନନ୍ଦଙ୍କ ସମେତ ବିଜେଡିର ସରୋଜ ପାତ୍ର, ଲାଲୁ ତ୍ରିପାଠୀ, ପୌରଉପଧ୍ଯକ୍ଷା ସୌମ୍ୟାମହାପାତ୍ର, ଜଗନ୍ନାଥ ବାଘେଲ, ସୁମିତ ପାଳ, ଭୀମ ହରିଜନ ସମେତ ବହୁ ବିଜେଡି କର୍ମୀ ନବରଙ୍ଗପୁର ଥାନା ପହଞ୍ଚି ଏଏସ୍ଆଇ ଶିବ ସ୍ବାଇଁଙ୍କୁ ଏତଲା ପ୍ରଦାନ କରି ତୁରନ୍ତ ଡିଡବ୍ଲ୍ୟୁଓଙ୍କ ବିରୋଧରେ ଦୃଢକର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି