ଭବାନୀପାଟଣା ସ୍ଥିତ ଲାଲ ଵାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଉଦଘାଟିତ ହୋଇଯାଇଛି ।ଏହି ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ଶ୍ରୀମତି ମନୋରମା ମହାନ୍ତି ଯୋଗଦାନ କରିଥିଲେ।