ଅନ୍ତଃଜିଲ୍ଲାଡକାୟତି ଗ୍ୟାଙ୍ଗ ଗିରଫ... ଅନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ କୁ ଗିରଫ କଲା ବଲାଙ୍ଗୀର ପୋଲିସ। ଗତ ୨୮ ତାରଖ ବଲାଙ୍ଗୀର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବୁଢ଼ୀସିଂଢୋଲ ରାସ୍ତା ରେ ଜଣେ ଚାଷୀ ଠାରୁ ଡକାୟତି କରି ଲୁଟି ନେଇଥିଲେ ୨ ଲକ୍ଷ ରୁ ଅଧିକ ଟଙ୍କା। ବୁଢ଼ୀ ସିଂଢୋଲ ଗାଁ ର ଖେତି ବାରିକ ନିଜ ବାଇକରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ରୋତ କୁ ଗାଈକିଣିବା ପାଇଁ ଯିବା ବେଳେ ଏଭଳି ଘଟଣା ଘଟିଛି। ଏନେଇ ପୁଇଁନ୍ତଳା ଥାନା ରେ ତାଙ୍କ ଡକାୟତି କରି ମାଡ଼ ମାରି ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ନେଇ ଏତଲା ଦେଇଥିଲେ।