ବିଞ୍ଝାରପୁର: ସନ୍ଧ୍ୟା ହେଲେ ବଢୁଛି ଯିବାର ଭୟ,ଖରସ୍ରୋତା ବ୍ରିଜ ଉପରେ ପୋକର ପାଦୃଭାବ ଯୋଗୁ ଯାତ୍ରୀ ଦୁର୍ଘଟଣାର ଶିକାର,ଦୃଷ୍ଟି ଦେବା ପାଇଁ ପଥଚାରିଙ୍କ ଦାବି
ସନ୍ଧ୍ୟା ହେଲେ ବଢୁଛି ଯିବାର ଭୟ,ଖରସ୍ରୋତା ବ୍ରିଜ ଉପରେ ପୋକର ପାଦୃଭାବ ଯୋଗୁ ଯାତ୍ରୀ ଦୁର୍ଘଟଣାର ଶିକାର,ଏହାଉପରେ ଦୃଷ୍ଟି ଦେବା ପାଇଁ ଦାବି କଲେ ପଥଚାରି । ଯାଜପୁର ଖରସ୍ରୋତା ନଦୀର ଖରସ୍ରୋତା ବ୍ରିଜ ଉପରେ ଅଜଣା ପୋକ ର ପାଦୃଭାବ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବଟୋଇ ମାନେ ।ସନ୍ଧ୍ୟା ହେଲେ କ୍ଷଣି ଅଜଣା ପୋକ ଏତେ ମାତ୍ରା ରେ ବ୍ରିଜ ଉପରେ ବାଇକ୍ ହେଉ କିମ୍ବା କାର ନେବା କଷ୍ଟକର ହେଇ ପଡୁଛି ।ଏମିତି ଏହି ପୋକ ପାଇଁ ଦୃଘଟଣା ମଧ୍ୟ ଘଟୁଥିବା ନଜର ମଧ୍ୟ ଆସିଚି । ଶୀତ ଦିନ ଆସିଲା ମାତ୍ରେ ବ୍ରିଜ ଦେଇ ଆସିବା କଷ୍ଟକର ।