ସୁନ୍ଦରଗଡ ସହର: ମହେଶ ଡିହିରେ ମା' ଧନ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ
ଆଜି ଅକ୍ଟୋବର 21 ତାରିଖ ମଙ୍ଗଳବାର ମା' ଧନ ଲକ୍ଷ୍ମୀଙ୍କ ପୂଜା। ଆଜି ମଧ୍ୟ ରାତ୍ରୀରେ ମା' ମହାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବାହ୍ନ 11ଟା ଠାରୁ ଷୋଡଶ ରୀତିରେ ଆରମ୍ଭ ହୋଇଛି ମା' ଧନ ଲକ୍ଷ୍ମୀଙ୍କ ପୂଜା। ଏହି କ୍ରମରେ ଆଜି ମହେଶ ଡିହି ଲକ୍ଷ୍ମୀ ପୂଜା କମିଟି ମା' ଧନ ଲକ୍ଷ୍ମୀଙ୍କ ପୂଜା ବଡ଼ ଧୁମ ଧାମରେ କରୁଛି। ସୁ ଉଚ୍ଚ ମନଲୋଭା ତୋରଣ ସାଙ୍ଗକୁ ଆଲୋକରେ ସୁ ସଜ୍ଜିତ କରିଛି ସାରା ମଣ୍ଡପ କ୍ଷେତ୍ର। ଭକ୍ତ ମାନେ ମା' ଙ୍କ ଏହି ପୂଜା ଦର୍ଶନ କରିବା ସହ ନିଜ ନିଜ ପରିବାରର ଉନ୍ନତି କାମନା କରି ମା'ଙ୍କ ପୂଜା ସ୍ଥଳରେ ଦଣ୍ଡାୟ ମାନ ହୋଇଛନ୍ତି ।