ବୌଦ୍ଧ ସଦର: ଜୁରାମୁଣ୍ଡା ଠାରେ 11 ଗୋଟି ଗ୍ରାମ ମୁଖିଆଙ୍କୁ ନେଇ ବୈଠକ, ଅଞ୍ଚଳର ବିକାଶ ପାଇଁ କମିଟି ଗଠିତ
ଶୁକ୍ରବାର ଦିନ ବୌଦ୍ଧ ବ୍ଲକ ବହିରl ଗ୍ରାମ ପଞ୍ଚାୟତ ଜୁରାମୁଣ୍ଡା ହାଟ ପଦା ଠାରେ ଆଖ ପାଖ 11 ଗୋଟି ଗ୍ରାମର ମୁଖିଆ ମାନଙ୍କୁ ନେଇ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଅଂଚଳର ଗ୍ରାମ ଗୁଡିକ ସ୍ୱାଧୀନତାର 78 ବର୍ଷ ପରେ ମଧ୍ୟ ବିକାଶ ଠାରୁ ବହୁ ଦୁରରେ ରହିଛି | ଉକ୍ତ ଅଂଚଳର ବିକାଶ ପାଇଁ ଆନ୍ଦୋଳନ ସକାଶେ ଆଜିର ବୈଠଜରେ ଆଞ୍ଚଳିକ ସ୍ତରୀୟ କମିଟି ଗଠନ କରି କର୍ମକର୍ତ୍ତା ମନୋନୟନ କରା ଯାଇଥିଲା l