ଆନନ୍ଦପୁର ସହର ଉପକଣ୍ଠ ଷଡ଼ଙ୍ଗୀ ଗ୍ରାମରେ ବାଘ ଆତଙ୍କ ଦେଖା ଦେଇଛି। ମଙ୍ଗଳବାର ରାତିରେ ଷଡଙ୍ଗୀ ଗାଁକୁ ଏକ ବାଘ ଆସିଥିବା ବେଳେ କୁକୁର ମାନେ ଭୁକିବାରୁ ଲୋକେ ଉଠିପଡ଼ିଥିଲେ ଓ ଗୋଟିଏ ବାଘ ଆସିଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଆଜି ଦିନ ଗୋଟାଏ ବେଳେ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରୁଛନ୍ତି।