ନୂଆପଡା: ସାଲିଆଗଡ଼ କ୍ରାନ୍ତି ଦିବସ ଅବସରରେ ନୂଆପଡ଼ା ଠାରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ଯଦୁମଣି ପାଣିଗ୍ରାହୀ
୧୯୩୦ ମସିହା, ୩୦ ସେପ୍ଟେମ୍ବର। ଠିକ୍ ଆଜି ଦିନ ରକ୍ତ ତୀର୍ଥ ସାଲିହା ଗଡରେ ଜଙ୍ଗଲ ସତ୍ୟାଗ୍ରହର ସଭା ଚାଲିଥିଲା ବେଳେ ବ୍ରିଟିଶ୍ ପୋଲିସ୍ ବଳ ପ୍ରୟୋଗ କରି ଦମନ କରିବାର ଅପଚେଷ୍ଟା କରିଥିଲା, ଗୁଳି ଓ ଲାଠି ପ୍ରୟୋଗ କରି ଲୋକଙ୍କୁ ଲହୁ ଲୁହାଣ କରିଥିଲା। ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ଷାଠିଏ ଜଣ ଗୁରୁତର ଆହତ ହୋଇଥିଲେ। ଏହି ରକ୍ତାକ୍ତ ଜଙ୍ଗଲ ସତ୍ୟାଗ୍ରହକୁ ନେଇ ଆଜି ୨ ଟାରେ ନୂଆପଡା ଠାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଯଦୁମଣି ପାଣିଗ୍ରାହୀ।