ବୌଦ୍ଧ ସଦର: ବଘିଆପଡା ପାକ୍ସରେ ସାର କ୍ରୟ ପାଇଁ ଚାଷୀ ମାନଙ୍କ ଗହଳି, ଘଟଣା ସ୍ଥଳରେ ଉତ୍ତେଜନା
ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ବଘିଆ ପଡା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଠାରେ ସାର କ୍ରୟ ପାଇଁ ଚାଷୀ ମାନଙ୍କ ଗହଳି ଦେଖିବାକୁ ମିଳିଛି l ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ଚଳିତ ବର୍ଷ ବଘିଆ ପଡା ପାକ୍ସ ଅଞ୍ଚଳରେ ୟୂରିଆ ସାର ଯୋଗାଣ କମ ହୋଇଥିବାରୁ ସାର ଆସିଥିବା ଖବର ପାଇ ଚାଷୀ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା l ଖରାରେ ଘଣ୍ଟା ଘଣ୍ଟା ଧରି ସାର ବସ୍ତାଏ ପାଇଁ ଲୋକେ ଧାଡିରେ ଛିଡା ହୋଇ ଅପେକ୍ଷା କରିଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜାନା ପ୍ରକାଶ ପାଇଥିଲା l