ନୂଆପଡା: ଦୁର୍ଗା ପୂଜା ପାଇଁ ଖରିଆର ରୋଡ଼ ଏନଏସି ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଦୁର୍ଗା ପୂଜା ପାଇଁ ଖରିଆର ରୋଡ଼ ଏନଏସି ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜୋଙ୍କ ଥାନା ଅନ୍ତର୍ଗତ ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେଇ ଦୁର୍ଗା ପୁଜା ଏବଂ ରାବଣ ପୋଡି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଶାନ୍ତି କମିଟି ବୈଠକରେ ଏସଡିପିଓ, ଥାନା ଆଇଆଇସି , ଏନଏସି ଅଧ୍ୟକ୍ଷା, ଏନଏସି ଇଓ, ଅତିରିକ୍ତ ତହସିଲଦାର, ବ୍ୟବସାୟୀ ସଂଘ ପ୍ରତିନିଧିଙ୍କ ସମେତ ଇଲେକ୍ଟ୍ରିକାଲ ଜେଇ, ଅଗ୍ନିଶମ ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ପିଏଚଡି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।