ସୋମବାର ଦିନ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କନ୍ଧଧୃମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଏକ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ପରିଭ୍ରମଣ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ବୌଦ୍ଧ ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ଼। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶବର ସେଠିଙ୍କ ତତ୍ତ୍ୱାବଧାନରେ ୩୦ ଜଣ ଶିକ୍ଷାର୍ଥୀ ବୈ।ଦ୍ଧ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଗନ୍ଧରାଡ଼ିର ଚାରିଶମ୍ଭୁ ସମେତ ଅନ୍ୟ ଐତିହାସିକ ପିଠ ପରିଦର୍ଶନ କରିଥିଲେ |