ନିୟମିତ ବ୍ୟାୟାମ ଓ ନିଶା ପରିତ୍ୟାଗ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ! ରାଷ୍ଟ୍ର କଲ୍ୟାଣ ନିମନ୍ତେ ବିଶ୍ବସହିନ୍ଦୁ ପରିଷଦ ବଜରଙ୍ଗ ଦଳ ରନ-ଫର-ହେଲଥ ପରି ଏକ ନିଆରା ପଦକ୍ଷେପ ଆପଣେଇଛି ! କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବସଷ୍ଟାଣ୍ଡ ପରିସରରେ ନିଶାମୁକ୍ତ ସମାଜ ଗଠନ ଦିଗରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୂଭାବେ ଓଡିଶା ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା, ସମ୍ମାନୀୟ ଅତିଥ୍ ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତି କୁମାର ବେହେରା, ଯୋଗ ଦେଇଥିଲେ।