ଚନ୍ଦନପୁର: ବୁଧବାର ଦିନ ଚନ୍ଦନପୁର ବଜାରରେ କାର ବାଇକ ଦୁର୍ଘଟଣା,ଚନ୍ଦନପୁର ଥାନାର ତଦନ୍ତ ଆରମ୍ଭ
ବୁଧବାର ଦିନ ଚନ୍ଦନପୁର ବଜାରରେ ଦୁର୍ଘଟଣା । ସୂଚନାଯୋଗ୍ୟ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ଅନ୍ତର୍ଗତ ଚନ୍ଦନପୁର ବଜାରରେ ଦିନ 3 ଘଟିକା ସମୟରେ ପୁରୀ ପଟୁ ଆସୁଥିବା ଏକ ବାଇକ କୁ ଭୁବନେଶ୍ୱରପଟୁ ଯାଉଥିବା ଏକ କାର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ଜଣକ ଆହତ ହୋଇ ତଳେ ପଡିଯାଇଥିବାବେଳେ କାରଟିର ଆଗ ପଟ ଭାଙ୍ଗିଯାଇଥିଲା । ଘଟଣା ସ୍ଥଳରେ ଚନ୍ଦନପୁର ଥାନା ପହଂଚି ବାଇକ ଅରୋହୀଙ୍କୁ ଆମ୍ବୁଲାନ୍ସ ରେ ପୁରୀ ଡାକ୍ତରଖାନା ପଠାଇଥିବାବେଳେ କାର ଟିକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ସୂଚନା ମିଳିଛି ।