ବଡସାହି: ବୈଶିଙ୍ଗା ଥାନା ଇଲାକାରେ ୧୧ବର୍ଷୀୟା ପୀଡିତା ନାତୁଣୀକୁ ଦୁଷ୍କର୍ମକରି ଗର୍ଭବତୀ କରିଥିବା ଗିରଫ ସମ୍ପର୍କୀୟ ଅଜାର ଡାକ୍ତରୀ ପରୀକ୍ଷା କରାଗଲା
ବୈଶିଙ୍ଗା ଥାନା ଇଲାକାର ଜନୈକ ୪୮ବର୍ଷୀୟ ବ୍ୟକ୍ତି ନିଜର ସମ୍ପର୍କୀୟ ୧୧ବର୍ଷର ନାତୁଣୀକୁ ମୋବାଇଲ ଦେଖାଇବା ଆଳରେ ଦୁଷ୍କର୍ମ କରି ଗର୍ଭବତୀ କରିବା ଘଟଣାରେ ମଙ୍ଗଳବାର ରାତି ଆଠଟାରେ ମାମଲା ରୁଜୁକରି ଗିରଫ ଅଭିଯୁକ୍ତର ସ୍ୱାସ୍ଥ୍ୟପରୀକ୍ଷା କରାଇଲା ବୈଶିଙ୍ଗା ପୁଲିସ l ପୀଡିତା ନାତୁଣୀ ଏବଂ ସମ୍ପର୍କୀୟ ଅଜାଙ୍କ ଘର ଗୋଟିଏ ଗାଁର ହୋଇଥିବାରୁ ନାତୁଣୀକୁ ମୋବାଇଲ ଦେଖାଇବା ବାହାନାରେ ଡାକିଆଣି ବାରମ୍ବାର ଦୁଷ୍କର୍ମ କରୁଥିଲା l