ସମ୍ୱଲପୁରର କ୍ଷେତରାଜପୁର ଥାନାଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଗତକାଲି ରାତ୍ରିରେ ପୁଲିସ ପେଟ୍ରୋଲିଂ ସମୟରେ ଖବର ପାଇ ମନ୍ଦଲିଆ ଛକ ନିକଟରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବଡବଜାର ନିବାସୀ ଓମ ସରାଫ (୨୩) ଓ ବଡବଜାର ମଝାପଡା ନିବାସୀ ମଙ୍ଗଲୁ ଲାମ୍ବା ଓରଫ ରିତେଶ (୨୪) ଙ୍କୁ ଧରିଥିଲା । ପୁଲିସ ସେମାନଙ୍କ ନିକଟରୁ ଯାଞ୍ଚ ସମୟରେ ୧୨ଟି ନିଶା କଫ ସିରପ, ୧୦ଟି ନିଶା ବଟିକା, ୫ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଥିଲା । ଏଣୁ ଏକ ମାମଲା ରୁଜୁ କରି କ୍ଷେତରାଜପୁର ପୁଲିସ ଉଭୟଙ୍କୁ ଗିରଫ କରି ଅଦାଲତକୁ ଚାଲାଣ