ବେତନଟୀବଜାର ଚଣ୍ଡୀଛକରେ ଚେକିଂ ସମୟରେ ମଦ୍ୟପ ଗାଡି ଚାଳକଙ୍କୁ ଗିରଫକରି ସୋମବାର ରାତି ୧୧ଟାରେ ମାମଲା ରୁଜୁକଲା ବେତନଟୀପୁଲିସ l ବେତନଟୀ ଥାନା ଏଏସଆଇ ମିନତୀ ମହାକୁଡ଼ ସୋମବାର ପେଟ୍ରୋଲିଂ କରୁଥିବାବେଳେ ସନ୍ଦେହ ହେବାରୁ ଓଡି -୧୧ୱାଇ -୩୬୧୧ ନମ୍ବର ବିଶିଷ୍ଟ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡି ଚାଳକ ବେତନଟୀ ଉପକଣ୍ଠ ଗରୁଡବସାର ବିଜୟ ପାତ୍ରଙ୍କ ପୁଅ ସିପୁନ ପାତ୍ର ମଦ୍ୟପାନ କରିଥିବାର ଦେଖିବାକୁ ପାଇଥିଲେ l