ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡବାନ୍ଧଗୋଡା ପଞ୍ଚାୟତ ର କଣ୍ଟାବଣିଆ, ମଙ୍ଗଳାଗଡିଆ, କୃଷ୍ଣପୁର, ଅଳତୀ ପଞ୍ଚାୟତ ର ହରିପୁର ଗାଁ ରେ ପାଗଳା କୁକୁର ଆତଙ୍କରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ହେଉଛି । ସୁଚନା ଅନୁସାରେ ଦୁଇ ଦିନ ତଳେ ହରିପୁର ଗ୍ରାମର ରଘୁନାଥ ରାଉତ ରାସ୍ତା ରେ ଠିଆ ହୋଇଥିବା ବେଳେ ହଠାତ୍ ଏକ ପାଗଳା କୁକୁର ଆସି ତାଙ୍କୁ ଆକ୍ରମଣ କରିବାରୁ ଜୀବନ ବଞ୍ଚାଇବାକୁ ନିକଟସ୍ଥ ଏକ କୁଅ କୁ ଡେଇଁପଡିଥିଲେ।