ବଡସାହି: ବେତନଟୀ ଡାକ୍ତରଖାନା ସଭାଗୃହରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇସିଡିଏସ,ପଞ୍ଚାୟତିରାଜ ବିଭାଗକୁ ନେଇ ଗଠିତ ବ୍ଲକସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ବୈଠକ
ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ମହିଳା ଓ ଶିଶୁବିକାଶ ବିଭାଗ ସମେତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ଗଠିତ ବ୍ଲକସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ବେତନଟୀ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ବେତନଟୀ ଡାକ୍ତରଖାନା ଅଧିକାରୀ ଡ. ସିପୁନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ ହୋଇଥିଲା l