ଧର୍ମଗଡ: ଧର୍ମଗଡ ସହରର ମୁଖ୍ୟ ରାସ୍ତା ଉପରେ ଥିବା ଗାଡି ହଟେଇବାକୁ ନିର୍ଦେଶ ଦେଲେ ଏନଏସି କର୍ମଚାରୀ
ଧର୍ମଗଡ ସହର ମୁଖ୍ୟ ରାସ୍ତା ଉପରେ ଗାଡି ମଟର ରଖି ଦେଉଥିବାରୁ ଅନେକ ସମୟରେ ଟ୍ରାଫିକ ଜାମ ହେବା ସହ ଅନେକ ଦୁର୍ଘଟଣା ଘଟୁଥିବା ନଜିର ରହିଛି।ଏ ବିଷୟ କୁ ନେଇ ଅନେକ ଥର ଅଭିଯୋଗ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜାତୀୟ ରାଜପଥ ୧୩୦ ସି ଧର୍ମଗଡ ସହର ର ମୁଖ୍ୟ ରେ ଥିବା ଗାଡି ମଟର କୁ ଧର୍ମଗଡ ପୋଲିସ ର ସହଯୋଗ ରେ ଏନଏସି କର୍ମଚାରୀ ହଟେଇବାକୁ ଅନୁରୋଧ କରିବା ସହ ନିର୍ଦେଶ ମଧ୍ୟ ଦେଉଥିଲେ।