କୋରାପୁଟ ସହର: କୋରାପୁଟରେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର
କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏନେଇ ଆଜି ଦିନ ୨ଟା ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା କାଲି କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ପବନ ବହିବା ସମ୍ଭାବନା ରହିଛି।