ବୌଦ୍ଧ ସଦର: ଜିଲ୍ଲା କ୍ରିକେଟ୍ ସଂଘ କାର୍ଯ୍ୟାଳୟ ଠାରେ ବିଂଶତମ ବୌଦ୍ଧ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୁଧବାର ଦିନ ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରୁ ଥିବା ଜିଲ୍ଲା କ୍ରିକେଟ୍ ସଂଘ କାର୍ଯ୍ୟାଳୟ ଠାରେ ବିଂଶତମ ବୌଦ୍ଧ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜକ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗ ଦେଇଥିଲେ | ପ୍ରାରମ୍ଭରେ ଫୋରମର୍ ସମ୍ପାଦକ ଯୁଗଳ କିଶୋର ସାମଲ ବିଗତ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ |