ଯାଜପୁର: ବେଲେଶ୍ୱର ଶିବ ମନ୍ଦିର ଭୁଷୁଡ଼ି ଯିବାର ଭୟରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବି ପତ୍ର ପ୍ରଦାନ
Jajapur, Jajpur | Oct 23, 2025 ବେଲେଶ୍ୱର ଶିବ ମନ୍ଦିର ଭୁଷୁଡ଼ି ଯିବାର ଭୟରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବି ପତ୍ର ପ୍ରଦାନ l ଏହି ବେଲେଶ୍ଵର ମନ୍ଦିର ବହୁ ପୁରାତନ ହୋଇଥିବା ବେଳେ ଏହି ମନ୍ଦିରରେ ଦୈନିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ। ଏହି ମନ୍ଦିରର ଗୋଟିଏ ପାର୍ଶ୍ଵ ଧୀରେ ଧୀରେ ଦବିବାରେ ଲାଗିଛି । ଏଥି ସହ ବେଲେଶ୍ୱର ଗ୍ରାମକୁ ସଂଯୋଗ କରିଥିବା ବ୍ରିଜ ରାସ୍ତାଟି ମଧ୍ୟ୍ୟ ଦବୀ ଯାଇଛି । ଫଳରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି ହେଉଛି। ରାସ୍ତା ପାଇଁ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାମବାସି ।