ସୁନ୍ଦରଗଡ ସହର: ଧାତୁକ ଢିପାରୁ ଜଣେ ଅଭିଯୁକ୍ତ ମଦ ସହ ଭଷ୍ମା ପୋଲିସ ଦ୍ବାରା ଗିରଫ
ଆଜି ଡିସେମ୍ବର 23 ତାରିଖ ମଙ୍ଗଳବାର ରାତି 8:45 ରେ ଏହି ଅଭିଯୁକ୍ତକୁ ମଦ ସହ ଗିରଫ କରିଛି ଭଷ୍ମା ପୋଲିସ। ଗିରଫ ଅଭିଯୁକ୍ତ ହେଲା - ଅଶୋକ ମୁଣ୍ଡା। ଅଶୋକ ନିକଟରୁ ପୋଲିସ 10 ଲିଟର ମଦ ଜବତ କରିଛି। ଏହି ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ଛକରେ ବିକ୍ରି କରୁଥିଲା ଏହି ମଦ। ତେବେ ପୋଲିସ ଗାଡ଼ିକୁ ଦେଖି କେତେକ ମଦୁଆ ମଦ ଛାଡ଼ି ଫେରାର ହୋଇଯାଇଥିଲା ବେଳେ ମଦ ବେପାରୀ ଧରା ପଡ଼ିଛି। ଏ ନେଇ ଅଭିଯୁକ୍ତ ଅଶୋକ ମୁଣ୍ଡା ନାମରେ ଭଷ୍ମା ଥାନା କେଶ ନମ୍ବର 373 ରେ ଏକ ମାମଲା ରୁଜ୍ଜୁ ହୋଇଛି।