ବୁଧବାର ଅପରାହ୍ନରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଘଟିଥିଲା ଏକ ବାଇକ୍ ଦୁର୍ଘଟଣା। ଇଚ୍ଛାପୁର ଗ୍ରାମର ପ୍ରଶନ୍ନ ଗହୀର ଏବଂ ବିଜୟ ପାତ୍ର ନାମକ ଦୁଇଜଣ ଦୁଇଟି ବାଇକରେ ନିଜ ଗାଁକୁ ଫେରୁଥିଲେ। ଏକ ବୁଲାଣିରେ ଏକ ବଳଦ ଆସିଯାଇଥିଲା। ଫଳରେ ବାଇକରୁ ନିୟନ୍ତ୍ରଣ ହରାଇ ପ୍ରଶନ୍ନ ବଳଦ ସହ ଧକ୍କା ହେଇଥିଲା। ରାସ୍ତାରେ ଛିଟିକି ପଡି ଗୁରୁତର ହେଇଥିଲା। ପଛରେ ଥିବା ବିଜୟ ମଧ୍ୟ ଭାରସାମ୍ୟ ହରାଇ ପଡ଼ି ଗୁରୁତର ହେଇଥିଲେ। ପ୍ରଶନ୍ନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶନ୍ର ମୃତ୍ୟୁ ଘଟିଛି