ସୁନ୍ଦରଗଡ ସହର: ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ଥିବା ଜଣେ ନିର୍ଦ୍ଦିଷ୍ଟ କିରାଣିଙ୍କ ବିପକ୍ଷରେ ଅଭିଯୋଗ
ଆଜି ସେପ୍ଟେମ୍ୱର 15 ତାରିଖ ସୋମବାର ସଦଭାବନା ଭବନରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇଥିଲା। ଏହି ଅଭିଯୋଗ ଶୁଣାଣିରେ ଲେଫ୍ରିପଡ଼ା ବ୍ଲକର ନାକଡିହି ଗ୍ରାମବାସୀ ଜଣେ ନିର୍ଦ୍ଦିଷ୍ଟ କିରାଣିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଦାବୀ କରି ଅଭିଯୋଗ ପତ୍ର ଜିଲାପାଳଙ୍କୁ ଦେଇଛନ୍ତି। ସରକାରୀ ଚାକିରିଆ ହେବା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାର ପ୍ରଭାବ ବିସ୍ତାର କରି ତାଙ୍କ ଗଇଁ ନାକଡିହି ରେ ସର୍ବ ସଧାରଣଙ୍କ ରାସ୍ତା ଓ ସର୍ବୋପରି ସରକାରୀ ଜମିରେ ବେଆଇନ ବା ଜବର ଦଖଲ କରି ବିରାଟ ସୌଧ ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି