ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଥମ ଥର ପାଇଁ ଜାତୀୟ ଲନ୍ ବଲ୍ ଚାମ୍ପିୟନସିପ୍
ବଲାଙ୍ଗୀର ଆର୍ ଏନ୍ ସିଂହଦେଓ ଷ୍ଟାଡିୟମରେ ଅକ୍ଟୋବର ୨୩ରୁ ୨୬ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଲନ୍ ବଲ୍ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ଖେଳାଳି ଯୋଗଦେବେ। ବିଜେତା ଦଳ ମଣିପୁରରେ ହେବାକୁ ଥିବା ଜାତୀୟ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ।