ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୮ ତମ "ମନ୍ କି ବାତ୍"ର ଶୁଣିଲେ ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଜ ସରକାରୀ ବାସଭବନରେ ମନ୍ତ୍ରୀ ଦଳୀୟ ବିଧାୟକ ଓ କର୍ମୀଙ୍କ ସହ ଶୁଣିଲେ ମନ୍ କି ବାତ୍। ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ପ୍ରଧାନମନ୍ତ୍ରୀ ଅନେକ ବିଷୟରେ ଆଲୋକପାତ କରିଛନ୍ତି। ନଭେମ୍ବର ମାସ ଅନେକ ପ୍ରେରଣାଦାୟକ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା। ଦେଶରେ ଅନେକ ବଡ କାମ ହୋଇଛି। ଅଯୋଧ୍ୟାରେ ପ୍ରଭୁ ରାମଲାଲଙ୍କ ପୂର୍ଣ୍ଣ ମନ୍ଦିରରେ ଧର୍ମ ଧ୍ଵଜା ଉଡିଥିବା କଥା କହିଛନ୍ତି ପ୍ରଧାମନ୍ତ୍ରୀ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ।