କଣିହାଁ ବ୍ଲକ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରାବିଲ ଠାରେ ଆସନ୍ତା 26 ତାରିଖରେ ହେବାକୁ ଥିବା ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ସୋମବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ବିଶେଷ କରି ସମସ୍ତ ଆବଶ୍ୟକୀୟ କମିଟି ଗଠନ କରି ସାଧାରଣତନ୍ତ୍ର ଦିବସ କିପରି ଭାବରେ ଶୃଙ୍ଖଳା ଓ ସୁଚାରୁ ରୂପେ ପାଳନ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।