କବିସୂର୍ଯ୍ୟନଗର: ଗଞ୍ଜାମ: ଗଙ୍ଗାପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨ ଗୁରୁତର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ମାରଣାସ୍ତ୍ର ଆକ୍ରମଣରେ ୨ ଜଣ ଗୁରୁତର ଓ ୩ ଜଣ ଆହତ। ମଦ ବେପାରକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ। ଘଟଣାର ତଦନ୍ତ କରୁଛି କବିସୂର୍ଯ୍ୟନଗର ପୋଲିସ।