ସୁକିନ୍ଦା: ଟିସ୍କୋ କଲୋନୀ ସ୍ଥିତ ମାଉସୀ ମା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ମନ୍ତ୍ରୀ
ଆଜି ବାହୁଡା ଯାତ୍ରା ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ଟିସ୍କୋ କଲୋନୀ ଠାରେ ଥିବା ମାଉସୀ ମା ମନ୍ଦିରରେ ରତ୍ନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସୂଚନା ମୁତାବକ ଶନିବାର ଅପରାହ୍ନ 3 ଘଟିକା ସମୟରେ ଟିସ୍କୋ କଲୋନୀ ଠାରେ ଥିବା ମାଉସୀ ମା ମନ୍ଦିରରେ ରତ୍ନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଜଗତର କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।