ଯାଜପୁର: ଯାଜପୁର ଟାଉନ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ 'ସୁସ୍ଥ ନାରୀ, ସଶକ୍ତ ପରିବାର' ଅଭିଯାନ ଶୁଭାରମ୍ଭ କଲେ ସାଂସଦ
Jajapur, Jajpur | Sep 17, 2025 ଯାଜପୁର ଟାଉନ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ 'ସୁସ୍ଥ ନାରୀ, ସଶକ୍ତ ପରିବାର' ଅଭିଯାନ ଶୁଭାରମ୍ଭ l ଜିଲ୍ଲାପାଳ ଅମ୍ବର କୁମାର କଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଅତିଥିଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀ ବେହେରା ଚିକିତ୍ସାଧୀନ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ।