ସର୍ବଭାରତୀୟ ବ୍ୟାଘ୍ରଗଣନା -୨୦୨୬ ଅଭିଯାନକୁ ଦୃଷ୍ଟିରେ ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗପକ୍ଷରୁ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଆୟୋଜିତ ବନାଞ୍ଚଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ବେତନଟୀ ରେଞ୍ଜ ଦାୟୀତ୍ଵରେ ଥିବା ଡେପୁଟି ରେଞ୍ଜର ଧୃବେନ୍ଦ୍ରନାଥ ନାୟକଙ୍କ ସଂଯୋଜନା ଏବଂ ପରିଚାଳନାରେ ଏକଦିବସୀୟ ବନାଞ୍ଚଳସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l