ବିଞ୍ଝାରପୁର: କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠରେ ସପ୍ତମ ଦିନରେ ରଥଯାତ୍ରା ଶେଷ,ମା ଙ୍କ ରଥକୁ ଟାଣିଲେ ହଜାର ହଜାର ଭକ୍ତ
କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠରେ ସପ୍ତମ ଦିନରେ ରଥଯାତ୍ରା ଶେଷ,ମା ଙ୍କ ରଥକୁ ଟାଣିଲେ ହଜାର ହଜାର ଭକ୍ତ l ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ସପ୍ତମୀ ଅବସର ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ। ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ। ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି । ଆଜି ମାଙ୍କ ଚଳନ୍ତି ପ୍ରତିମାଙ୍କୁ ଘଣ୍ଟଘଣ୍ଟା ହୁଳୁହୁଳି ସହ ରଥାରୁଢ଼ କରାଯାଇଥିଲା। ଏହା ପରେ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେଇଛି।