ଆଜି ଡିସେମ୍ବର 26 ତାରିଖ ଶୁକ୍ରବାର ଅପରାହ୍ନ 1 ପାଖାପାଖି ସମୟରେ ଅଜୟ ଖାଖା ନାମକ ବ୍ୟକ୍ତିଙ୍କୁ ତାଙ୍କ ମୋବାଇଲ ହସ୍ତାନ୍ତର କରିଛନ୍ତି ତଳସରା ପୋଲିସ। ତେବେ ଏହି ମୋବାଇଲକୁ ପୋଲିସ ଟାଙ୍ଗର ଗାଁ ରୁ ଜବତ କରିଛନ୍ତି। ମୋବାଇଲ ଜଣେ ନା ବାଳକ ନିକଟରୁ ଜବତ ହୋଇଥିବା ଜଣା ପଡ଼ିଛି। ତେବେ ଜବତ ମୋବାଇଲକୁ ତା ପ୍ରକୃତ ଦାବିଦାରଙ୍କୁ ହସ୍ତାନ୍ତର କରିଛନ୍ତି ତଳସରା ପୋଲିସ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା ବା ଚୋରି ହୋଇଥିବା ନେଇ ସେ ମାସେ ତଳେ ଥାନାରେ ରିପୋର୍ଟ କରିଥଲେ।