ଓରିଏଣ୍ଟ: ଝାରସୁଗୁଡାର ବିଭିନ୍ନ ୱାର୍ଡ ବୁଲି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ଝାରସୁଗୁଡ଼ା ପୌରପରିଷଦର ଅଧକ୍ଷା ରାନୀ ହାତୀ
ଆଜି ଦିନ ଗୋଟାଏ ସମୟରେ ଝାରସୁଗୁଡ଼ା ପୌର ପରିଷଦ ର ଅଧକ୍ଷା ରାନୀ ହାତୀ ପୌର ପରିଷଦର ବିଭିନ୍ନ ୱାର୍ଡ ବୁଲି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଛନ୍ତି। ଝାରସୁଗୁଡା ପୌର ପରିଷଦର ବିଭିନ୍ନ ୱାର୍ଡ ମାନଙ୍କରେ ଲଗାତାର ବର୍ଷା ରେ ଲୋକଙ୍କ ବିଭିନ୍ନ ସମସ୍ୟା ହୋଇଛି। କେଉଁଠି ଘର ଭାଙ୍ଗିଛି ତ କେଉଁଠି ରାସ୍ତା ଭାଙ୍ଗିଛି ଏବଂ ପାଣି ଘର ଭିତରେ ପଶି ଯାଇଛି। ଏହି ସବୁ ସମସ୍ୟା ଦେଖି ପୌରଧ୍ୟକ୍ଷା ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପୌରଧ୍ୟାକ୍ଷା ଙ୍କ ସହ କାଉନସିଲର ଝରଣା ଭୋଇଙ୍କ ସମେତ ଅନ୍ୟାନ୍ୟ