କୋରାପୁଟ ସହର: କୋରାପୁଟରେ ୨୬ ଟି ବାଣ ଦୋକାନକୁ ଲାଇସେନ୍ସ, ସରକାରୀ ନିୟମ ପାଳନରେ ଆରଟିଓ ଅଫିସ ନିକଟରେ ଖୋଲିଲା ଦୋକାନ, ବର୍ଷା ବଢାଇଲା ଚିନ୍ତା
କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଖୋଲିଛି ବାଣ ଦୋକାନ। ପ୍ରଶାସନ ପକ୍ଷରୁ ଲାଇସେନ୍ସ ପାଇବା ପରେ ଆରମ୍ଭ ହୋଇଛି ବାଣ ବିକ୍ରି। ରବିବାର ଛୁଟି ଦିନ ଥିବାରୁ ସକାଳୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬ ଟି ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆ ଯାଇଛି। ଗାଇଡଲାଇନ ଅନୁସାରେ ପଡ଼ିଆରେ ପାଣି ବାଲଟି,ବାଲି ଗଚ୍ଛିତ ରଖିବା ସହ ପରସ୍ପର ଦୋକାନ ମଧ୍ୟରେ ଖାଲି ସ୍ଥାନ ଛାଡିଛନ୍ତି ବ୍ୟବସାୟୀ। କୋରାପୁଟର ହୋଲସେଲ ବ୍ୟବସାୟୀ ଆଜି ଦିନ ୧୨ଘଣ୍ଟା ସମୟରେ କହିଛନ୍ତି ଚଳିତବର୍ଷ ଭଲ ବ୍ୟବସାୟ ଆଶାରେ ଅଧିକ ବାଣ ଆସିଛି ।