କୋରାପୁଟ ସହର: କୋରାପୁଟ ଆରଟିଓ ଅଫିସ ନିକଟ ପଡ଼ିଆରେ ସମସ୍ତ ବାଣ ଦୋକାନରେ ଗହଳି, ପୋଲିସ ଓ ଅଗ୍ନିଶମ ବାହିନୀ ମୃତୟନ
କୋରାପୁଟ ଆରଟିଓ ଅଫିସ୍ ନିକଟ ପଡ଼ିଆରେ ଲାଗିଥିବା ବାଣ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ବ୍ୟବସାୟୀ ଚିନ୍ତାରେ ଥିବାବେଳେ ଆଜି ଶୁଖିଲା ପାଗରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଛି ଅପ୍ରୀତିକର ପରିସ୍ଥିତି ମୁକାବିଲା କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମୃତୟନ ହୋଇଛନ୍ତି। ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନକୁ ଅନୁମତି ଦିଆ ଯାଇଥିବା କୋରାପୁଟ ଅଗ୍ନୀଶମ ଅଧିକାରୀ ଦିନ ୨ଟା ସମୟରେ ସୂଚନା ଦେଇଛନ୍ତି।