ଆସିକା: କଳିଙ୍ଗ ରୋଡ଼ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ଦିବସ ମହାସମାରୋହରେ ପାଳିତ
Asika, Ganjam | Sep 16, 2025 ଗଞ୍ଜାମ ଜିଲ୍ଲା ଆସିକା ସହର କଳିଙ୍ଗ ରୋଡ଼ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଭାତରେ ସତସଙ୍ଗ କେନ୍ଦ୍ର ଠାରୁ ବିରାଟ ନଗର କୀର୍ତନ ପୁରା ସହର ପରିକ୍ରମା କରିଥିଲା । ବ୍ରହ୍ମମୁହୂର୍ତ୍ତ ରୁ ନହବତ, ବିନତି ପ୍ରାଥନା, ମାତୃ ସମ୍ମିଳନୀ, ସନ୍ଧ୍ୟା ବିନତି ପ୍ରାଥନା ସତସଙ୍ଗ ଓ ସଦାଲୋଚନା ପରେ ରାତ୍ରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ସହରୀତିକ ରବୀନ୍ଦ୍ର ପଟ୍ଟନାୟକ ଏବଂ ଗୁଜୁରାତ ସୁରଟ ସହରୀତ ଗିରିଜା ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।