ସଦର: ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ
ପ୍ଲାଟଫର୍ମରେ କୋଚ୍ ଏବଂ ଟ୍ରେନ୍ ର ସ୍ଥାନ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବା ଲକ୍ଷ୍ୟରଖି ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳ ଭବାନୀପାଟଣା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ କୋଚ୍ ଇଣ୍ଡିକେସନ୍ ବୋର୍ଡ (CIB) କାର୍ଯ୍ୟକ୍ଷମ କରିଛି। ନୂତନ ଭାବରେ ସ୍ଥାପିତ କୋଚ୍ ଇଣ୍ଡିକେସନ୍ ବୋର୍ଡଗୁଡ଼ିକ ଟ୍ରେନ ଆସିବା ପୂର୍ବରୁ ବିଭିନ୍ନ ପ୍ରକାରର କୋଚ୍ ଯେପରିକି ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ, ସ୍ଲିପର୍ କୋଚ୍ ଏବଂ ଏସି କୋଚ୍ ର ସ୍ଥାନ ସହଜରେ ଚିହ୍ନଟ କରିବାରେ ଯାତ୍ରୀମାନଙ୍କୁ ସହାୟତା କରିବ। ପ୍ଲାଟଫର୍ମରେ ମୋଟ ୨୫ଟି କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପନ କରାଯାଇଛି।