ରାସଗୋବିନ୍ଦପୁର: ରାସଗୋବିନ୍ଦପୁରବ୍ଲକ ଇଲାକାରେ ଶୌଚହେବାକୁ ଯାଇଥିବା ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବସ୍ତାଥାନା ଇଲାକାର ଅଭିଯୁକ୍ତ ଯୁବକ ଗିରଫ
ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ବ୍ଲକଇଲାକାରେ ଜନୈକା ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ବୁଧବାର ଗିରଫକରି ସ୍ୱାସ୍ଥ୍ୟପରୀକ୍ଷା ପରେ ଅପରାହ୍ନ ୪ଟାରେ କୋର୍ଟଚାଲାଣ କଲା ରାସ ଗୋବିନ୍ଦପୁର ପୁଲିସ l ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତାଥାନା ଅଧୀନ ଦାଣ୍ଡନାବଦା ଗାଁର ୨୫ବର୍ଷୀୟ ସୁଶାନ୍ତ ଜେନା l ପୀଡିତା ଦିବ୍ୟାଙ୍ଗ ନାବାଳିକାଙ୍କ ପରିବାରବର୍ଗ ପକ୍ଷରୁ ଏତଲା ଦିଆଯାଇଥିଲା l