
*ପର୍ଯ୍ୟାବରଣ ମଞ୍ଚ ଓଡ଼ିଶା, (ଭାରତୀୟ ମଜଦୁର ସଂଘ) ଅନୁଗୋଳ, ତରଫରୁ, ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କୁ ଜ୍ଞାପନ ପ୍ରଦାନ।*
ଅଦ୍ୟ ତା 05 ଜୁନ ଅନୁଗୋଳ:
ଭାରତୀୟ ମଜଦୁର ସଂଘ ଦ୍ୱରା ସଞ୍ଚାଳିତ ପର୍ଯ୍ୟାବରଣ ମଞ୍ଚ ଓଡ଼ିଶା ତତଫରୁ ଅନୁଗୋଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏକ 09 ଦଫା ସମ୍ବଳିତ ଦାବପତ୍ର ପ୍ରଦାନ କରାଯାଇଛି।
ଭାରତୀୟ ମଜଦୁର ସଙ୍ଘ ତରଫରୁ, ସର୍ବଭାରତୀୟ ନିଷ୍ପତ୍ତି ଅନୁଯାୟୀ, ଅନୁଗୋଳ ଜିଲ୍ଲା ପର୍ଯ୍ୟାବରଣ ମଞ୍ଚ ସଂଯୋଜକ, ମାନସ ସାହୁଙ୍କ ନେତୃତ୍ବରେ ଅନୁଗୋଳ ଜିଲ୍ଲାରେ ବଢୁ ଥିବା ମାତ୍ରାଧିକ ପ୍ରଦୂଷଣ ସମ୍ୱନ୍ଧରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲାପାଳଙ୍କୁ ସ୍ମାରକ ପ୍ରଦାନ ଅବସରରେ, ଭାରତୀୟ ମଜଦୁର ସଂଘ ସଭାପତି ବାଦଲ ମହାରଣା, ପର୍ଯ୍ୟାବରଣ ମଞ୍ଚର ରାଜ୍ୟ ସଂଯୋଜକ ଶ୍ରୀନିବାସ ଖୁଣ୍ଟିଆ, ଜିଲ୍ଲା ସଂଯୋଜକ ମାନସ ରଞ୍ଜନ ପ୍ରଧାନ, ବିଏମଏସ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁରଭି ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ, ସମାଜସେବୀ ମନୋରଞ୍ଜନ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି, ଜିଲ୍ଲା ପାଳଙ୍କୁ ଜ୍ଞାପନ ପ୍ରଦାନ ସହିତ ସମ୍ୟକ ଆଲୋଚନା କରିଥିଲେ।
ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ପ୍ରଦୂଷଣରେ ନିୟନ୍ତ୍ରଣ ଉପରେ ଜିଲ୍ଲା ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ନେଉ ନଥିବାରୁ ଭାରତୀୟ ମଜଦୂର ସଂଘ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବାୟୁରେ ଅମ୍ଳଜାନର ମାତ୍ରା ନିମ୍ନ ସ୍ତରକୁ ଖସୁଛି, ଫଳତଃ ଜିଲ୍ଲାରେ ଶ୍ୱାସ ଜନିତ ରୋଗ ବୃଦ୍ଧି ପାଉଛି। ଖଣି ଓ କାରଖାନା କାରଣରୁ ଜଳସ୍ତର ହ୍ରାସ ହେଉଛି। ଜିଲ୍ଲାରେ ବର୍ଷା ଜଳ ସଂରକ୍ଷଣ ପାଇଁ କୌଣସି ଯୋଜନା ଅନୁଭୂତ ହେଉ ନାହିଁ। ପରିବେଶ ନଷ୍ଟ ହେଲେ, ଜନସତ୍ତା ସମାପ୍ତ ହେବ। ରାଜନୈତିକ ଇଚ୍ଛା ଶକ୍ତି ଅଭାବ ହେଉ ବା ବ୍ୟକ୍ତିଗତ ସ୍ବାର୍ଥ ହାସଲ ହେଉ। ପ୍ରଦୂଷଣ ରାକ୍ଷସ କାହାରିକୁ ଛାଡ଼ିବ ନାହିଁ। ସବୁଜ ସୁନ୍ଦର ଅନୁଗୋଳ ଆଗାମୀ କେତେଟା ବର୍ଷ ପରେ ମରୁଭୂମିରେ ପରିଣତ ହେବ।
ଭାରତୀୟ ମଜଦୁର ସଂଘ, ପର୍ଯ୍ୟାବରଣ ମଞ୍ଚ ଓଡ଼ିଶା ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ ପରିପ୍ରେକ୍ଷୀରେ କିଛି ପ୍ରମୁଖ ଦାବି ଉପସ୍ଥାନ କରାଯାଇଛି । ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ବାହାନ ଗୁଡ଼ିକୁ ବନ୍ଦ କରାଯାଉ, ନିର୍ଦ୍ଧାରିତ ମାନକ ଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି, କଳ କାରଖାନା ତଥା ପରିବହନ ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାର କାର୍ଯ୍ୟ ଦକ୍ଷତାକୁ ଜନାଭିମୁଖୀ କରିବା ଓ କାର୍ଯ୍ୟରେ ସ୍ବଛତା ଆଣିବା, ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ଯୋଜନା ହାତକୁ ନେବା, ସମସ୍ତ ସରକାରୀ କଟକଣା ସତ୍ତ୍ବେ ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢିବା ଉପରେ କଟକଣା ଲଗେଇବା, ଅନାବଶ୍ୟକ ଗଛ କାଟିବା ବନ୍ଦ କରିବା ସହିତ ସର୍ବାଧିକ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଶୋଷଣ କରୁଥିବା ବୃକ୍ଷ ରୋପଣ ଉପରେ ଜୋର୍ ଦିଆ ଯିବା, ବର୍ଷା ଜଳ ଓ ସଂରକ୍ଷଣ ଉପରେ ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଉ ଓ ନଦୀ ନାଳକୁ ପ୍ରଦୂଷଣ କରୁଥିବା ସଂସ୍ଥା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାଷ୍ଟ୍ରୀୟ ସବୁଜ ପ୍ରାଧିକରଣ ଆଦେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ପରାମର୍ଶ ଅନୁସାରେ ହସ୍ପିଟାଲ ବର୍ଜ୍ୟବସ୍ତୁ ପରିଚାଳନା, କଲୋନୀ ଓ ମ୍ୟୁନିସପାଲିଟି ବର୍ଜ୍ୟବସ୍ତୁ, ଏଣୁ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ-୨୦୧୬ କୁ କଠୋରତା ସହିତ ପାଳନ କରାଯାଉ।
ରାଜ୍ଯ ସଭାପତି ଭାରତୀୟ ମଜଦୂର ଅନୁଗୋଳ ଜିଲ୍ଲାରେ କୌଣସି ପବ୍ଲିକ ଓ ଘରୋଇ ସେକ୍ଟର ତଥା ସମସ୍ତ ମ୍ୟୁନିସପାଲିଟି, ଏନଏସି, ମାନଙ୍କ ବର୍ଜ୍ଜ୍ୟ ବସ୍ତୁ ପରିଚାଳନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ କରି ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଠିକାଦାର ମାନେ ଅଧିକ ଲାଭ ଆଶାରେ ବର୍ଜ୍ୟବସ୍ତୁ ପରିଚାଳନା ଯେପରି କରୁଛନ୍ତି ତାହା କେବଳ ମାଟିର ଗୁଣବତ୍ତା ନଷ୍ଟ କରିବା ଓ ଭୂତଳ ଜଳକୁ ବିଷାକ୍ତ କରିବା ଉଦ୍ଦେଶ୍ୟ ହେଉଛି। ସହରୀ କରଣ ବଢ଼ୁଥିବା କୁ ଆଖିରେ ରଖି କୌଣସି ଜିଲ୍ଲା ପ୍ରଶାସନ ର କୌଣସି ଯୋଜନା ସ୍ପଷ୍ଟ ଅନୁଭୂତ ହେଉ ନାହିଁ। ସରକାରୀ ସ୍ତରରେ କେବଳ ଲୋକ ଦେଖାଣିଆ ବୃକ୍ଷରୋପଣ ହେଉଛି ଏଠାରେ ଜନଭାଗିତା ଉପରେ ଧ୍ୟାନ ଦିଆ ଯାଉ ନାହିଁ। ସରକାରୀ ଜମିକୁ ଜବଦଖଲ କାରୀଙ୍କ ଠାରୁ ମୁକ୍ତ କରି ଜନଭାଗିତରେ ବୃକ୍ଷରୋଣ ଜଳ ସଂରକ୍ଷଣ, ତଥା ସୋଲାର ପାୱାର ର ବ୍ୟାପକତା ଉପରେ ଦୃଷ୍ଟି ଦେବାକୁ ପ୍ରଶାସନକୁ ଭାରତୀୟ ମଜଦୂର ସଂଘ ପର୍ଯ୍ୟାବରଣ ମଞ୍ଚ ତରଫରୁ ଦାବି କରାଯାଇଛି।
ଶ୍ରୀନିବାସ ଖୁଣ୍ଟିଆ
ରାଜ୍ଯ ସଂଯୋଜକ, ପର୍ଯ୍ୟାବରଣ ମଞ୍ଚ, ଭାରତୀୟ ମଜଦୂର ସଂଘ ଓଡ଼ିଶା
Anugul, Angul | Jun 6, 2026