ନୀଳାଦ୍ରି ବିଜେ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ। ଅନୁଗୋଳ, ତା ୨୮. ୭ : ଅନୁଗୋଳର ଅଗ୍ରଣୀ ସେବା -ସାଂସ୍କୃତିକ ଅନୁଷ୍ଠାନ ଜନ ସେବକ ସଂଘ ପକ୍ଷରୁ ଆୟୋଜିତ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ନୀଳାଦ୍ରି ବିଜେ ଉପଲକ୍ଷେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୀଳଚକ୍ର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜନ ସେବକ ସଂଘର ସଭାପତି ଅନୁଗୋଳର ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଓ ସମ୍ମାନିତ ଅତିଥି ଶ୍ରୀ ନାଥ ମିଳିତ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଭଜନ କାର୍ଯ୍ୟକ୍ରମକୁ ଶୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦ, କୁମାର ସୁବାସ, କୁମାର ଦିଲ୍ଲୁ, ବିଦ୍ୟାଧର, ସୁହାନି ଦାସ, ଶିବାନୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଚିତ୍ତ ରଞ୍ଜନ ନନ୍ଦ, କାହ୍ନ।, ପିଣ୍ଟୁ, ରାଜୁ, ସିନ, ବାପୁନ ପ୍ରମୁଖ କଳାକାର ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘୋଷକ ଭାବେ ଜ୍ୟୋତିରଞ୍ଜନ ଯୋଗ ଦେଇଥିବାବେଳେ କଟକରୁ ମଧୁସୂଦନ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ। ଭଜନ କାର୍ଯ୍ୟକ୍ରମ ଅତି ଶୃତି ମଧୁର ଓ ଉଚ୍ଚ କୋଟିର ହୋଇଥିଲା।
Anugul, Angul | Jul 29, 2026