ଅନୁଗୋଳ ଜିଲ୍ଲାରେ ପୁଣି ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗତ ଜୁଲାଇ ୨୫ ତାରିଖରେ ଅନୁଗୋଳ ନମ୍ବର–୧ ଅବକାରୀ ଥାନା ପକ୍ଷରୁ ନାଲକୋ ଓ ବଅଁରପାଳ ଅଞ୍ଚଳରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୯୧ ଲିଟର ବିୟର, ୧୮.୭୫ ଲିଟର ଆଇଏମଏଫଏଲ୍ (IMFL) ଏବଂ ୩୭ ଲିଟର ଆଇଡି (ID) ମଦ ଜବତ କରାଯାଇଛି।
ଏହି ଘଟଣାରେ ବାଲରାମପ୍ରସାଦ ଗ୍ରାମର ସନ୍ତୋଷ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ସେ ପ୍ରଭାକର ବେହେରାଙ୍କ ପୁଅ ଏବଂ ନାଲକୋ ଥାନା ଅଧୀନ ବାଲରାମପ୍ରସାଦ ଗ୍ରାମର ବାସିନ୍ଦା।
ଏହି ଚଢ଼ାଉରେ ଅବକାରୀ ବିଭାଗର ଏସଆଇ ଯୋଗେଶ୍ୱର ଜେନାଙ୍କ ସମେତ ପ୍ରଭାତ ପରିଡ଼ା, ରଜନୀ ଏବଂ ନିତିନ ତ୍ରିପାଠୀ ସାମିଲ ଥିଲେ।
ବେଆଇନ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। #angulexpress #anugul
Anugul, Angul | Jul 29, 2026